ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ବାହାରିଲା ଚନ୍ଦ୍ରାୟନ-୨ । ଆଜି ଅପରାହ୍ନ ୨.୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରାୟନ-୨ ର ଉତକ୍ଷେପଣ କରାଯାଇଛି । ଦିର୍ଘବର୍ଷ ପରେ ପୁଣି ଅନ୍ତରୀକ୍ଷ ଯାତ୍ରା ଆରମ୍ଭ କରିଛି ଭାରତ । ଚନ୍ଦ୍ରାୟନ-୨ର ଉତକ୍ଷେପଣ କରିବା ପରେ ଇତିହାସ ରଚିଛି ଇସ୍ରୋ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଠରେ ୪୮ ରୁ ୫୦ ଦିନ ମଧ୍ୟରେ ପହଞ୍ଚିବ । ଚନ୍ଦ୍ରାୟନ-୨ ଉପରେ ନଜର ରଖିଛନ୍ତି ୨୫୦ ବୈଜ୍ଞାନିକ । ଆମେରିକା ,ଋଷ,ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବରେ ଚନ୍ଦ୍ରଯାତ୍ରା କରିଛି । ଭାରତ ୨୦୦୮ରେ ଚନ୍ଦ୍ରଯାନ -୧ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରିଥିଲା ଯାହା ୧୦ ମାସ ପର୍ଯ୍ୟନ୍ତ ଚନ୍ଦ୍ରରେ ପରିକ୍ରମା କରିଥିଲା ଏହା ଇସ୍ରୋର ଅଭିଯାନକୁ ସଫଳ କରିଥିଲା । ଚନ୍ଦ୍ରାୟନ-୨ କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋର ଅଧ୍ୟକ୍ଷ ଶିବମ କହିଛନ୍ତି । ଏହି ଚନ୍ଦ୍ରାୟନ-୨ ପାଇଁ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ପୂର୍ବରୁ ଜୁଲାଇ ୧୫ ଚନ୍ଦ୍ରାୟନ-୨ର ଉତକ୍ଷେପଣ କରାଯିବାର ଥିଲା କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଉତକ୍ଷେପଣର ଶେଷ ସମୟରେ ମିଶନକୁ ସ୍ଥଗିତ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here