ସୋସିଆଲ ମିଡିଆ, ୱେବ ପୋର୍ଟାଲ ଏବଂ ୟୁଟ୍ୟୁବରେ ମିଛ ଖବର ପ୍ରକାଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହିସବୁ ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ସଂସ୍ଥା ଏବଂ ବ୍ୟକ୍ତିତ୍ୱଙ୍କ ବିରୋଧରେ ମିଛ ଖବର ପ୍ରକାଶ କରୁଛନ୍ତି । ଏହାର ଉତ୍ତରଦାୟି କେହି ରହୁନାହିଁ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେ ୱେବ ପୋର୍ଟାଲ ଉପରେ କୌଣସି ପ୍ରକାର ନିୟନ୍ତ୍ରଣ ନଥାଏ । ସେମାନେ କିଛି ବି ପ୍ରକାଶିତ କରିପାରିବେ । ୟୁଟ୍ୟୁବକୁ ଗଲେ ଏଭଳି ଅନେକ ଖବର ମିଳିବ । ଯାହାର କି କେହି ଉତ୍ତର ଦାୟୀ ନୁହଁନ୍ତି ବୋଲି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ଅନେକ ଘରୋଇ ଗଣମାଧ୍ୟମ ସଂସ୍ଥାରେ ସାମ୍ପ୍ରଦାୟିକ ବିଷୟ ରହୁଛି । ଏଭଳି ଖବର ଦ୍ୱାରା ଦେଶର ବଦନାମ ହେଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ନିଜାମୁଦ୍ଦିନ ମର୍କଜକୁ ନେଇ ଏକ ମାମଲାର ଶୁଣାଣି କରି ଫେକ ନ୍ୟୁଜ୍ ଉପରେ ରୋକ ଲଗାଇବାକୁ ହୋଇଥିବା ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here