ଦେଶରେ କରୋନା ଭାଇରସ ଏବେ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ନଜରରେ ରଖି ଆନ୍ତର୍ଜାତିିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଯାତ୍ରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତ ହୋଇଥିଲା । ଭାରତକୁ ଆସୁଥିବା ଓ ଭାରତରୁ ଯାଉଥିବା ସମସ୍ତ ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପ୍ରଥମେ ୨୦୨୦ ମାର୍ଚ୍ଚ ୨୩ ତାରିଖରୁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ଜୁଲାଇ ୨୦୨୦ ରେ ପାଖା ପାଖି ୨୮ ଟି ଦେଶ ସହିତ ହୋଇଥିବା ଏୟାର ବବୁଲ ବୁଝାମଣା ପରେ ବିଶେଷ ଅର୍ନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଉଡାଣ ଆରମ୍ଭ କରାଯାଇଥିଲା ।