ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ । ପଦ୍ମ ଧରିଛନ୍ତି ସମାଜବାଦି ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଅପର୍ଣ୍ଣା । ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟଙ୍କ ଏବଂ ବିଜେପି ଉପମୁଖ୍ୟଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା କହିଛନ୍ତି ଅପର୍ଣ୍ଣା । ସମାଜବାଦି ପାର୍ଟି ପରିବାରରୁ ଆସିଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ବିଚାରକୁ ସମ୍ମାନ ଜଣାଇ ସେ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ତେବେ ୨୦୧୭ରେ ସମାଜବାଦୀ ପାର୍ଟିରୁ ବିଧାନସଭା ନିର୍ବାଚନ ଲଢି ହାରିଥିଲେ ଅପର୍ଣ୍ଣା ।

LEAVE A REPLY

Please enter your comment!
Please enter your name here