ନୂଆଦିଲ୍ଲୀ :ଲୋକ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନା ପରେ ସେନସେକ୍ସରେ ହ୍ରାସ ଘଟିଛି । ସରକାରଙ୍କ ଘୋଷଣା ପରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ସେନସେକ୍ସର ସ୍ତର ୭୦୦ ତଳକୁ ଖସିଯାଇଛି ଏହା ୪୦,୦୦୦ ରୁ ୩୯୯୩୦.୪୬ ପଏଣ୍ଟକୁ ଖସିଆସିଛି । ନିଫଟି ୨୦୦ ତଳକୁ ଖସିଆସିି ଏହା ୧୧,୭୪୧.୬୫ ହୋଇଛି । ଶୁକ୍ରବାର ଦିନ ସେନସେକ୍ସ ୪୦,୭୨୩.୪୯ ଏବଂ ନିଫଟି ୧୧,୯୬୨.୧୦ ରେ ବନ୍ଦ ହୋଇଥିଲା । ସେନସେକ୍ସ ୧୮୨ ପଏଣ୍ଟ ସହିତ ବଢିବା ସହିତ ୪୯୦୫.୭୮ ରେ ପହଞ୍ଚିଛିା ସେହିଭଳି ନିଫଟି ୫୫ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨,୦୧୭.୩୫ ଉଚ୍ଚ ସ୍ତରରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here