ଆତ୍ମସମର୍ପଣ ନ କଲେ ଆତଙ୍କବାଦୀଙ୍କ ମୃତ୍ୟୁ ସୁନିଶ୍ଚିତ. ତେଣୁ ଆତଙ୍କବାଦୀ ହୋଇଯାଇଥିବା ପିଲାମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ସେମାନଙ୍କ ବାପାମାଆମାନେ କହିବାକୁ ସେନା ପକ୍ଷରୁ ଅନୁରୋଧ କରାଯାଇଛି. ଆତ୍ମସମର୍ପଣ କଲେ ସେମାନଙ୍କ ଥଇଥାନ ପାଇଁ ସରକାରୀ ନୀତି ରହିଛି. ଯଦି ଆତଙ୍କବାଦୀ ଭଲରେ ଏହା ନ କରନ୍ତି, ତାହେଲେ ବନ୍ଧୁକଧାରୀଙ୍କୁ ମାରି ଦିଆଯିବ. ଏମିତିରେ 100 ଘଣ୍ଟା ମଧ୍ୟରେ ଜୈଶ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡରଙ୍କୁ ମାରି ଦିଆଯାଇଛି.  ସେନା, ସିଆରପିଏଫ ଓ ଜମ୍ମୁ କଶ୍ମୀରର ବରିଷ୍ଠ ପୋଲିସ ଅଧିକାରୀଙ୍କ ପକ୍ଷରୁ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କୁ କଡା ଚେତାବନୀ ଦିଆଯାଇଛି.

ଏହି ପ୍ରେସ କନଫରେନ୍ସରେ ପାକିସ୍ତାନକୁ ସଂପୂର୍ଣ୍ଣରୂପେ ଦାୟୀ କରିଛି ସେନା. ଏହାଛଡା ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ପାକିସ୍ତାନୀ ସେନା ଲାଳନପାଳନ କରିଆସୁଛି. ଆଉ ଏହି ହାମଲାରେ ପାକିସ୍ତାନୀ ସେନାର ହିଁ ପୂରା ହାତ ଅଛି ବୋଲି କହିଛି ସେନା.

LEAVE A REPLY

Please enter your comment!
Please enter your name here