ପତଞ୍ଜଳୀ ଯୋଗପୀଠରେ ଦୁଇ ଦିବସୀୟ ଜ୍ଞାନକୁମ୍ଭ ଆୟୋଜନ କରାଯାଇଛି. ଯେଉଁଥିରେ ବାବା ରାମଦେବ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି. ସେ କହିଛନ୍ତି  କି ଏହି ଦେଶରେ ଯେଉଁମାନେ ମୋ ଭଳି ବିବାହ ନ କରିବେ ସେମାନଙ୍କୁ ବିଶେଷ ସମ୍ମାନ ମିଳିବା ଦରକାର. ତେବେ  ଖାଲି ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି କି, ବିବାହ କରିବା ପରେ ଯଦି ଦୁଇରୁ ଅଧିକ ସନ୍ତାନ ଜନ୍ମ ହୁଏ, ତାହେଲେ ସେମାନଙ୍କର ଭୋଟ ଦେବାର ଅଧିକାର ରହିବା ଉଚିତ ନୁହେଁ. ତେବେ ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ ପ୍ରକାଶ ପାଇବା ପରେ  ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି. ଏଥିରେ 2000ରୁ ଅଧିକ ସଂଖ୍ୟକ ଶିକ୍ଷାବିତ୍ ଯୋଗଦେବା ସହ ପ୍ରାୟ 5000 ଜନତା ଯୋଗ ଦେଇଥିଲେ.

 

LEAVE A REPLY

Please enter your comment!
Please enter your name here