ବଦ୍ରିନାଥକୁ ତୀର୍ଥ ପାଇଁ ଯାଇ ଫସିଥିବା 42 ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଫେରୁଛନ୍ତି. ରିପୋର୍ଟ ଅନୁସାରେ, ଭଞ୍ଜନଗର ଗଞ୍ଜାମ ଜିଲ୍ଲାର 42 ଜଣ ଯାତ୍ରୀ ତୀର୍ଥଯାତ୍ରାରେ ଅକ୍ଟୋବର 26 ତାରିଖରେ ବାହାରିଥିଲେ. ମାତ୍ର ଗତ ଶନିବାରଦିନ ରାସ୍ତାରେ ଅତ୍ୟଥିକ ବରଫ ଜମି ଯାଇଥିବାରୁ ସେମାନେ ଫେରି ପାରିନଥିଲେ. ବଦ୍ରିନାଥ ମନ୍ଦିର ପାଖ ଧର୍ମଶାଳା, ହରିୟାଣା ଭବନରେ ସେମାନେ ଆଶ୍ରୟ ନେଇଛନ୍ତି. ମାତ୍ର 24 ଘଣ୍ଟା ଧରି ସେମାନେ କିଛି ଖାଇନାହାନ୍ତି ଏବଂ ଅତ୍ୟଧିକ ଥଣ୍ଡା କାରଣରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଦେହ ଖରାପ ହୋଇଯାଇଥିବା ସୂଚନା ମିଳିଛି. ଏହା ମଧ୍ୟରେ ଫସିଥିବା ଲୋକଙ୍କ ପରିବାରର ସଦସ୍ୟ ଗଞ୍ଜାମ ଉପ-ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଅସୁବିଧା ସଂପର୍କରେ ଜଣାଇଛନ୍ତି. ପୂରା ଅଞ୍ଚଳରେ ବିଦ୍ୟୁତ ନଥିବା କାରଣରୁ ମୋବାଇଲ ମଧ୍ୟ ଚାର୍ଜ କରିପାରୁ ନଥିବା କହିଛନ୍ତି ଫସିଥିବା ଓଡିଆ. ଏହାକୁ ନେଇ ଜଏଣ୍ଟ ରିଲିଫ କମିଶନର (ଜେ.ଆର୍.ସି) ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ଉତ୍ତରାଖଣ୍ଡ ସରକାରଙ୍କୁ ଏହି ଘଟଣା ସଂପର୍କରେ ଜଣାଇଛନ୍ତି ଏବଂ ବହୁତ ଜଲଦି ସେମାନଙ୍କୁ ଅଣାଯିବାର ବ୍ୟବସ୍ଥା କରାଯାଇଛି.

LEAVE A REPLY

Please enter your comment!
Please enter your name here