ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ସେଠାରେ ବିଗ୍ ବିଙ୍କ ଫଟୋ ସ୍ଥାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଦେଖିବାକୁ ମିଳିଥିଲା । ଆକଉଣ୍ଟରେ ଲଭ୍ ପାକିସ୍ତାନ ଲେଖା ଯାଇଥିଲା । ଏହି ଘଟଣା ଜଣାପଡିବା ପରେ ଅମିତାଭଙ୍କ ଆକାଣ୍ଟକୁ ରିକଭର କରାଯାଇଛି । ଏବଂ ପୋଲିସ ଏହି ଘଟଣାରେ ତଦନ୍ତ କରିବାରେ ଲାଗିପଡିଛନ୍ତି । ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍ ଡିଲିଟ କରାଯାଇଛି । ହ୍ୟାକ୍ କରିବା ପଛରେ ପାକିସ୍ତାନ ହ୍ୟାକରଙ୍କ ହାତ ଅଛି ବୋଲି ଅନୁମାନ କରାଯାଉଛି । ସୋମବାର ରାତିରେ ଟ୍ୱିଟର ହ୍ୟାକ ହୋଇଛି ଜଣାପଡିବା ପରେ ଅମିତାଭ ତାଙ୍କ ଫ୍ୟାନ ମାନଙ୍କୁ ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଥିଲେ । ତେବେ ଅମିତାଭ ସବୁବେଳେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ଙ୍କ ସହ ଯୋଡିହୋଇ ରୁହନ୍ତି ଓ ସବୁକଥା ସେୟାର କରିଥାନ୍ତି । ତେବେ ଗତ ବର୍ଷ ମଧ୍ୟ ଅମିତାଭଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here