ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ପାଇଁ ଛୁଟି ଲିଷ୍ଟ ଜାରି କରିଛି । ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ୪ ରବିବାର ସମେତ ୧୦ ଦିନ ଛୁଟି ରହିବ ବ୍ୟାଙ୍କ୍ । ଜଈଓ କ୍ୟାଲେଣ୍ଡର ଅନୁସାରେ, ଆଞ୍ଚଳିକ ଛୁଟି ଦିନ ଯୋଗୁ ବ୍ୟାଙ୍କ ୪ ଦିନ ବନ୍ଦ ରହିବ। ଏଥିରେ ଗୁରୁ ନାନକ ଜୟନ୍ତୀ, କନ୍ନଡ ରାଜ୍ୟ ଉତ୍ସବ, ସେଙ୍ଗ କୁତ୍ସନେମ ତଥା କନକଦାସ ଜୟନ୍ତୀ/ବଙ୍ଗଳା ଉତ୍ସବ ସାମିଲ ରହିଛି। ଏହିସବୁ ଫେଷ୍ଟିଭାଲ୍ ଯୋଗୁ କିଛି ରାଜ୍ୟରେ ବ୍ୟାଙ୍କ କାର‌୍ୟ୍ୟ ବନ୍ଦ ରହିବ।
ନଭେମ୍ବର ୧ : କନ୍ନଡ ରାଜ୍ୟ ଉତ୍ସବ/କୁଟ (ବେଙ୍ଗାଲୁରୁ ଏବଂ ଇମ୍ଫାଲରେ ବ୍ୟାଙ୍କ ବନ୍ଦ ରହିବ)
ନଭେମ୍ବର ୬ : ରବିବାର
ନଭେମ୍ବର ୮ : ଗୁରୁ ନାନକ ଜୟନ୍ତୀ/ଗୁରୁ ପୂର୍ଣ୍ଣିମା(ଆଇଜଲ୍‌, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡୀଗଡ଼, ଡେରାଡୁନ୍‌, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନୁପର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ସିମ୍‌ଲା ଓ ଶ୍ରୀନଗର)
ନଭେମ୍ବର ୧୧ : କନକଦାସ ଜୟନ୍ତୀ/ ବଙ୍ଗଳା ଉତ୍ସବ (ବେଙ୍ଗାଲୁରୁ ଏବଂ ଶିଲଂ)
ନଭେମ୍ବର ୧୨ : ଦ୍ୱିତୀୟ ଶନିବାର
ନଭେମ୍ବର ୧୩ : ରବିବାର
ନଭେମ୍ବର ୨୦ : ରବିବାର
ନଭେମ୍ବର ୨୩ : ସେଙ୍ଗ କୁତ୍ସନେମ(ଶିଲଂ)
ନଭେମ୍ବର ୨୬ : ଚତୁର୍ଥ ଶନିବାର
ନଭେମ୍ବର ୨୭ : ରବିବାର

LEAVE A REPLY

Please enter your comment!
Please enter your name here