ସୀମା ଟପିଲା ନୃଶଂସତା । ଘର ବାହାରେ ଶୋଇଥିବା ବେଳେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ । ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଲେଇମାଳ ଗାଁରେ ଘଟିଯାଇଛି ଏହି ଅମାନବୀୟ ହତ୍ୟାକାଣ୍ଡ । ମୃତକ ଜଣକ ହେଲେ, ସେହି ଗାଁର ସତ୍ୟନାରାୟଣ ମୁଣ୍ଡା । ସୂଚନା ଅନୁସାରେ, ସତ୍ୟନାରାୟଣ ଗତ କାଲି ରାତିରେ ତାଙ୍କ ଘର ବାହାରେ ମଶାରି ଟାଣି ଶୋଇଥିବା ସମୟରେ କେହି ତାଙ୍କୁ ହତ୍ୟାକରି ବେକ କାଟିନେଇଯାଥିବା ଅଭିଯୋଗ ହୋଇଛି । ସକାଳୁ ପରିବାର ଲୋକ ସତ୍ୟନାରାୟଣଙ୍କୁ ଏଭଳି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here