ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାର 8 ମାସ ପରେ ଜେପି ନଡ୍ଡା ଦଳର ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା କରିଛନ୍ତି । 12 ଜଣଙ୍କୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ଵ ଦିଆଯାଇଛି। ରାଷ୍ଟ୍ରୀୟ ଉପସଭାପତି ଭାବରେ ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧା ମୋହନ ସିଂହ, ବୈଜୟନ୍ତ ପଣ୍ଡା, ଶ୍ରୀ ରଘୁବର ଦାସ, ମୁକୁଲ ରଏ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବି, ଭାରତୀ ବେନ ସୟାଲ, ଡିକେ ଅରୁଣ, ଏମ୍ ଚୁବା ଆଓ, ଶ୍ରୀ ଅବଦୁଲ କୁତିଙ୍କୁ ଦାୟିତ୍ଵ ଦିଆଯାଇଛି। ଦଳର ରାଷ୍ଟ୍ରୀୟ ମନ୍ତ୍ରୀ ତାଲିକାରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି। ସେହିପରି ରାଷ୍ଟ୍ରୀୟ ପ୍ରବକ୍ତାରେ ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର। ପ୍ରବକ୍ତାରେ ସାମିଲ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ନୂତନ କାର୍ଯ୍ୟକାରିଣୀ ତାଲିକାରେ ମହିଳା ଏବଂ ଯୁବକଙ୍କୁ ଅବସର ଦିଆଯାଇଛି। ବିଜେପିର ନୂଆ ଟିମରେ ରାମ ମାଧବ, ମୁରଲୀଧର ରାଓ, ଅନିଲ ଜୈନଙ୍କୁ ମହାସଚିବ ଦାୟିତ୍ଵରୁ ହଟାଯାଇଛି। ତାଙ୍କ ସ୍ଥାନରେ ଦୁଷ୍ୟନ୍ତ କୁମାର ଗୌତମ, ଡି ପୁରେନ୍ଦଶ୍ଵରୀ, ସିଟି ରବି, ତରୁଣ ଚୁଗ, ଭୁପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାଶ ବିଜୟବର୍ଗୀୟ, ଡି ପୁରନ୍ଦରେଶ୍ଵରୀ, ଦିଲ୍ଲୀପ ସୈକିଆଙ୍କୁ ଦାୟିତ୍ଵ ଦିଆଯାଇଛି। ଏତଦ୍ ବ୍ୟତିତ ଯୁବ ମୋର୍ଚ୍ଚା ପାଇଁ ଶ୍ରୀ ତେଜସ୍ଵୀ ସୁରୟା, ଓବିସି ମୋର୍ଚ୍ଚା ପାଇଁ କେ ଲକ୍ଷ୍ମଣ, କିଷାନ ମୋର୍ଚ୍ଚା ପାଇଁ ଶ୍ରୀ ରାଜକୁମାର ଚହର, ଏସସି ମୋର୍ଚ୍ଚା ପାଇଁ ଶ୍ରୀ ଲାଲ ସିଂହ ଆର୍ଯ୍ୟ, ଏସଟି ମୋର୍ଚ୍ଚା ପାଇଁ ଶ୍ରୀ ସମିର ଓରାଅନ, ସଂଖ୍ୟାଲଘୁ ମୋର୍ଚ୍ଚା ପାଇଁ ଶ୍ରୀ ଜମାଲ ସିଦ୍ଧିକିଙ୍କୁ ଦାୟିତ୍ଵ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here