ଖାଦ୍ୟ ପରଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ସୋମବାର ବୃନ୍ଦାବନରେ ଅକ୍ଷୟ ପାତ୍ର ଫାଉଣ୍ଡେସନ କାର୍ଯ୍ୟକ୍ରମରେ ମୋଦି ଖାଦ୍ୟ ବାଢିଛନ୍ତି. ସ୍କୁଲ ପିଲାଙ୍କ ଥାଳିରେ ଖାଦ୍ୟ ବାଢିବା ପରେ ନିଜେ ମଧ୍ୟ ସେମାନଙ୍କ ସହ ବସି ଖାଇଛନ୍ତି. ଏହାସହ ସେମାନଙ୍କ ସହ ମଜାମସ୍ତି କରିବା ସହ ନିଜ ହାତରେ ସେମାନଙ୍କୁ ଖାଦ୍ୟ ମଧ୍ୟ ଖୁଆଇଛନ୍ତି. ତେବେ କାର୍ଯ୍ୟକ୍ରମ ଆରମ୍ଭରେ ମୋଦି ଶ୍ରୀ ପ୍ରଭୁପାଦ ଏସି ଭକ୍ତିବେଦାନ୍ତ ସ୍ୱାମୀଙ୍କ ପ୍ରତିମା ଉପରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ. ‘ଯଦି ଆମେ ପୋଷଣ ଅଭିଯାନକୁ ପ୍ରତି ମା’ ଓ ଶିଶୁ ପାଖରେ ପହଞ୍ଚାଇବାରେ ସଫଳ ହେଉ ତେବେ ଅନେକ ଜୀବନ ବଞ୍ଚିଯିବ’ ବୋଲି ମୋଦି ଏହି ଅବସରରେ କହିଥିଲେ.

 

LEAVE A REPLY

Please enter your comment!
Please enter your name here