ହାର୍ଟ ଆଟାକରେ ଆଖି ବୁଜିଲେ ଟିକ୍ ଟକ୍ ଷ୍ଟାର । ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏକ ସୁଟ୍ ପାଇଁ ଦୁଇ ଦିନ ସେ ଗୋଆ ଯାଇଥିଲେ । ସେଠାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଟିକ୍ ଟକ୍ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସୋନାଲି ୨୦୧୯ରେ ବିଜେପି ଟିକେଟରେ ହରିୟାଣାର ଆଦନପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ରିୟଲିଟଇ ସୋ ବିଗ୍ ବସ୍ ୧୪ ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ । ଗତକାଲି ରାତିରେ ତାଙ୍କ ଟୁଇଟରରେ ପ୍ରୋଫାଇଲ ଚେଞ୍ଚ କରିଦେଇଥିଲେ । ବହୁ ଟିଭି ଧାରା ବାହିକରେ ସୋନାଲି କାମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here