ଚର୍ଚ୍ଚିତ ଫ୍ୟାଶନ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ କିଛି ଦିନ ପୂର୍ବରୁ ‘ଇଣ୍ଟିମେଣ୍ଟ ଫାଇନ୍ ଜୁଏଲାର’ ନାମକ ଏକ ନୂଆ ଜୁଏଲାରୀ କଲେକ୍ସନର ପୋଷ୍ଟର ଲଞ୍ଚ କରିଥିଲେ । ଏହି ବିଜ୍ଞାପନରେ ମଡେଲ ମଙ୍ଗଳସୂତ୍ର ପକାଇ ଲିଙ୍ଗରି ପିନ୍ଧିଥିବା ନଜର ଆସିଥିଲେ । ଏହାକୁ ନେଇ ଅନେକ ୟୁଜର୍ସ ଆପତ୍ତି ଉଠାଇବା ସହ ସବ୍ୟସାଚୀଙ୍କୁ ଟ୍ରୋଲ କରିଥିଲେ । ସୋଶାଲ ମିଡିଆରେ ସବ୍ୟସାଚୀଙ୍କ ବିଜ୍ଞାପନକୁ ନେଇ ଜୋରଦାର ବିବାଦ ଉଠିଥିଲା। ଏହା ଭାରତୀୟ ସଂସ୍କୃତିକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ବିଜ୍ଞାପନ ବିବାଦ ମଧ୍ୟପ୍ରଦେଶର ଗୃହମନ୍ତ୍ରୀଙ୍କ ପାଖରେ ଯାଇ ପହଞ୍ଚିଥିଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ୨୪ ଘଣ୍ଟା ଭିତରେ ଏହି ବିଜ୍ଞାପନକୁ ହଟାଇବା ପାଇଁ ସବ୍ୟସାଚୀଙ୍କୁ ଚେତାବନୀ ଦେଇଥିଲେ। ବିବାଦକୁ ଆସିବା ପରେ ରବିବାର ସବ୍ୟସାଚୀ ଏହି ବିଗ୍ୟାପନକୁ ହଟାଇଦେଇଛନ୍ତି ।
ବିଜ୍ଞାପନକୁ ଫେରାଇ ନେବା ସହ ନିଜ ଇନଷ୍ଟାଗ୍ରାମରେ ସବ୍ୟସାଚୀ କହିଛନ୍ତି, ‘ବିଜ୍ଞାପନ ଜରିଆରେ ଯଦି ସମାଜର କିଛି ବ୍ୟକ୍ତିଙ୍କୁ ଆଘାତ ପହଞ୍ଚିଥାଏ ତେବେ ତା’ ପାଇଁ ଦୁଃଖିତ।

LEAVE A REPLY

Please enter your comment!
Please enter your name here