ଋଷରୁ ଭାରତକୁ ଆସିବ ୧୦ କୋଟି କରୋନା ଟିକା । ଋଷ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ-ଭି ଭାରତକୁ ଯୋଗାଣ ହେବ । ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଏହି ଟିକା ମିଳିବ । ତେବେ ବିଶେଷଗ୍ୟ କମିଟି ଦ୍ୱାରା ଯାଞ୍ଚ ହେବାପରେ ଋଷରୁ ଏହି ଟିକା ଆସିପାରିବ । ଚଳିତବର୍ଷ ଶେଷ ସୁଦ୍ଧା ଡକ୍ଟର ରେଡ୍ଡୀ କମ୍ପାନୀ ପାଖରେ ଏହି ଟିକା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।