କଟକରେ କେତେ ଫୁଟର ହେବ ଦୂର୍ଗା ମୂର୍ତ୍ତି । ହାଇକୋର୍ଟ ମୂର୍ତ୍ତି ଉଚ୍ଚତାକୁ ନେଇ ତଥ୍ୟ ରଖିବାକୁ କଟକ ଡିସିପି ପ୍ରତିକ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଂଧ୍ୟା ୭ଟା ସୁଦ୍ଧା ସହରରେ ଚାଲିଥିବା ମୂର୍ତ୍ତି ନିର୍ମାଣର ଉଚ୍ଚତା ସମ୍ପକରେ ପୂଜା କମିଟି ଡିସିପିଙ୍କୁ ଜଣାଇବେ । ଆଉ ଏହାପରେ ପୋଲିସ ପୂଜା ମଣ୍ଡପ ବୁଲି ଅନୁଧ୍ୟାନ କରିବ । ବର୍ତ୍ତମାନ ସୁଦ୍ଧା ଯେଉଁ ପୂଜା କମିଟି ମୂର୍ତ୍ତି ତିଆରି କରିସାରିଥିଲେ ସେତିକି ହିଁ ମୂର୍ତ୍ତି ଉଚ୍ଚତା ରହିବ । ହାଇକୋର୍ଟରୁ ଦୂର୍ଗା ପୂଜାକୁ ଅନୁମତି ମିଳିବା ପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ ବୋଲି କଟକ ଡିସିପି ନିର୍ଦ୍ଧେଶ ଦେଇଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୂର୍ଗା ପୂଜା କମିଟି

LEAVE A REPLY

Please enter your comment!
Please enter your name here