ପ୍ଲେ ଷ୍ଟୋରରୁ ଆଉ ଡାଉନଲୋଡ ହେବନାହିଁ ଟିକ୍ ଟକ୍ ଆପ୍ । ଗୁଗୁଲ୍ ପକ୍ଷରୁ ଟିକ୍ଟକ୍ ଭିଡିଓ ଆପ୍କୁ ଭାରତରେ ବ୍ଲକ କରାଯାଇଛି । ଏହି ଆପ୍‌ ଦ୍ୱାରା ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ଭାଇରାଲ ହେବା ଅଭିଯୋଗପରେ ଏପ୍ରିଲ ୩ ରେ ମାଡ୍ରାସ ହାଇକୋର୍ଟ ଏହି ଆପ୍‌ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ପରେ ଗୁଗୁଲ ଏବଂ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଏହି ଆପ୍ କୁ ପ୍ଲେ ଷ୍ଟୋରରୁ ହଟାଯାଇଛି । ସୂଚନାଯୋଗ୍ୟ, ଟିକ୍‌ଟକ୍‌ ଆପ୍‌କୁ ଚାଇନାର ବାଇଟ୍‌ ଡ୍ୟାନ୍ସ୍‌ ଟୋକ୍ନୋଲୋଜି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here