ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ତାଉତେ’ର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୋଦି । ଗୁଜୁରାଟ ଓ ଡିଉରେ ବାତ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ ସମୀକ୍ଷା କରିବେ । ବାତ୍ୟା ତାଉତେ ଯୋଗୁ ଗୁଜରାଟ, ମହାରାଷ୍ଟ୍ର, କେରଳ, ଗୋଆ ଉପକୂଳରେ ଅନେକ କ୍ଷୟକ୍ଷତି ହୋଇଛି । କେବଳ ଗୁଜରାଟରେ 45 ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା କୁହାଯାଉଛି । ବାତ୍ୟା ତାଉକ୍ତେ ଯୋଗୁ ମୁମ୍ବାଇ ଉପକୂଳରେ ସମୁଦ୍ର ଭିତରେ ଜାହାଜ ପି 305 ବୁଡିଯିବାରୁ ଅନେକ ଲୋକ ସମୁଦ୍ର ଭିତରେ ନିଖୋଜ ହୋଇଯାଇଥିଲେ । ଜାହାଜରେ 273 ଜଣ ଥିବା ବେଳେ ଭାରତୀୟ ନୌସେନା 184 ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here