ଖରାର ତାତି ଯେତିକି ବଢୁଛି ସେତିକି ଉଷ୍ମ ହେଉଛି ରାଜ୍ୟ ରାଜନୀତି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସରିଥିବାବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ହେବ । ସେଥିପାଇଁ ପ୍ରଚାର ଶେଷ ହୋଇ ସାରିଛି । ସେପଟେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ କସରତ ଜାରି ରଖିଛନ୍ତି । ଐତିହାସିକ ସହର କଟକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛି । ଆଜି କଟକରେ ଦୁଇ ଦଳର ହେଭିୱେଟ୍‌ ନେତାଙ୍କ ପ୍ରଚାର ଦେଖିବାକୁ ମିଳିବ । ଗୋଟିଏ ପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରୋଡ଼୍‌ ସୋ କରିବାକୁ ଥିବାବେଳେ ବିଜେଡ଼ି ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବେ । ସତ୍ୟବ୍ରତ ଷ୍ଟାଡିୟମ୍‌ ଠାରେ ଥିବା ହେଲିପ୍ୟାଡ୍‌ରେ ପହଁଚିବା ପରେ ଚଣ୍ଡିମନ୍ଦିର ଅଭିମୁଖେ ଯିବେ ଅମିତ ଶାହ । ବକ୍ସି ବଜାର, ଦରଘା ବଜାର ଓ ଚୌଧୁରୀ ବଜାର ଦେଇ ଚଣ୍ଡି ମନ୍ଦିର ନିକଟରେ ପହଁଚିବେ । ଏହା ପରେ ସେ ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନ୍ୟପକ୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟାନାୟକ ଦେବାଶିଷ ସାମନ୍ତରାୟ, ଚନ୍ଦ୍ର ସାରଥୀ ବେହେରା ଓ ସୌଭିକ୍‌ ବିଶ୍ୱାଳଙ୍କ ପାଇଁ ପ୍ରଚାର କରିବେ । ନବୀନ ମଧ୍ୟ କଟକରେ ରୋଡ଼୍‌ ସୋ କରିବେ । ନରାଜଠାରେ ହୋଇଥିବା ହେଲିପ୍ୟାଡ୍‌ରେ ପହଁଚି ସିଡିଏ ରାସ୍ତା ଦେଇ ରୋଡ଼୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ହେଭିୱେଟ୍‌ ନେତାଙ୍କ ଗସ୍ତ ପାଇଁ ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍‌ ପୋଲିସ । ସହରରେ ମୋଟ ୩୫ ପ୍ଲାର୍ଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here