ବିଶ୍ୱବାସୀ ଏବେ କରୋନା କବଜାରେ । କରୋନା ଭାଇରସକୁ ରୋକିବାକୁ ସରକାର ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ସବୁଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦିଆଯାଉଛି କରୋନା ଭ୍ୟାକସିନ୍ । ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲଗାଇବାକୁ କେନ୍ଦ୍ରଠୁ ରାଜ୍ୟ ସରକାର ସମସ୍ତେ ତତ୍ପର । କିନ୍ତୁ ଯେତେବେଳେ ଅବହେଳା ସ୍ୱାସ୍ଥ୍ୟ ବିଭାଗରୁ ଆସେ । ଆପଣ କଣ କରିବେ । କାନପୁର ଗ୍ରାମାଞ୍ଚଳରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା । ଜଣେ ଏଏନଏମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲରେ କଥାବାର୍ତ୍ତା କରୁଥିବା ସମୟରେ ଜଣେ ମହିଳାଙ୍କୁ ଦୁଇ ଥର କୋଭିଡ ଟିକା ଦେଇଥିବା ଅଭିଯୋଗ ହୋଇଛି । ସୁଚନା ଅନୁସାରେ, କାନପୁର ଦେହାତ ଥାନା ମାଣ୍ଡୋଲି ପିଏଚସିରେ କୋଭିଡ ଭ୍ୟାକସିନ ଦେବା ପାଇଁ କାର୍ଯ୍ୟରତ ଅଛନ୍ତି ଏଏନଏମ ଅର୍ଚ୍ଚନା । କିନ୍ତୁ ଅର୍ଚ୍ଚନା ଫୋନରେ କଥାହେବାରେ ଏମିତି ବ୍ୟସ୍ତ ଯେ, ମାଣ୍ଡୋଲି ଅଞ୍ଚଳରେ ରହୁଥିବା କମଲେଶ ଦେବୀଙ୍କୁ ଡବଲ ଡୋଜ୍ କରୋନା ଟିକା ଦେଇଥିଲେ । ପରେ ମହିଳାଙ୍କର ହାତ ଫୁଲିଯାଇଥିଲା ଏବଂ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଯେତେବେଳେ ତାଙ୍କୁ ଏ ବିଷୟରେ ମହିଳା ଜଣଙ୍କ ପଚାରିଥିଲେ, ଅର୍ଚ୍ଚନା ଭୁଲ ସ୍ୱିକାର କରିବା ପରିବର୍ତ୍ତେ ଓଲଟା ତାଙ୍କୁ ପାଟି ଚୁପ୍ କରିବାକୁ କହିଥିଲେ ।
ଯେତେବେଳେ ଏ ସମ୍ପର୍କରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଗଲା, ସେ ଫୋନରେ କଥା ହେଲେ କିନ୍ତୁ କ୍ୟାମେରା ସାମ୍ନାକୁ ଆସିବାକୁ ମନା କରିଦେଲେ । ଏବଂ ଫୋନ୍ କାଟିଦେଇଥିଲେ ।
କରୋନା ମହାମାରୀକୁ ନେଇ ସରକାର ଲଗାତାର ଜନସାଧାରଣକୁ ସତର୍କ କରାଉଛନ୍ତି । ମାସ୍କ ସାନିଟାଇଜର ବ୍ୟବାହାର କରିବାକୁ ଅପିଲ କରୁଛନ୍ତି । କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ସ୍ୱାସ୍ଥ୍ୟବିଭାଗକୁ ପରାମର୍ଶ କରିବାକୁ କହୁଛନ୍ତି । କିନ୍ତୁ ଜୀବନ ଦେଉଥିବା ଲୋକ ଯଦି ଏମିତି କାମ କରିବ, ତାହେଲେ ଲୋକେ କାହାକୁ ଭରସା କରିବେ ।

LEAVE A REPLY

Please enter your comment!
Please enter your name here