ସୋମବାର ଦିନ 68 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏଥିପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ପୁନେର ସ୍କାଏ ଡାଇଭର ଶୀତଲ ମହାଜନ ମୋଦିଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି.ଏଥିପାଇଁ ସେ ଆମମେରିକାର ସିକାଗୋରେ 13000 ଫୁଟ୍  ଉଚ୍ଚରୁ ଡେଇଁ ଶୁଭେଚ୍ଛା ଜଣାଇଛନ୍ତି. ଶୀତଲ କହିଛନ୍ତି 4 ବର୍ଷ ହେବ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି. ହେଲେ ସେପଟୁ କିଛି ଜବାବ ମିଳିନାହିଁ. ଏମିତି କଲେ ହୁଏତ ତାଙ୍କୁ ମୋଦିଙ୍କ ସହିତ ସାକ୍ଷାତ କରିବାକୁ ସୁଯୋଗ ମିଳିବ.ସେହି  ଆଶାରେ ସେ ଏପରି କରିଥିବା କହିଛନ୍ତି.

LEAVE A REPLY

Please enter your comment!
Please enter your name here