ସେରମ ଇନଷ୍ଟିଚ୍ୟୁଟରେ ଲାଗିଥିବା ନିଆଁରେ ଆଖି ବୁଜିଛନ୍ତି ୫ ଜଣ । ଏବଂ ଫସି ରହିଥିବା ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଅପରାହ୍ନରେ ମହାରାଷ୍ଟ୍ର ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଥିଲା । ପୁନେର ମାନ୍‌ଜରା ସ୍ଥିତ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନୂଆ ବିଲ୍ଡିଂର ଦ୍ୱିତୀୟ ମହଲାରେ ଆଜି ଅପରାହ୍ଣରେ ଏହି ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ ସମଗ୍ର ଅଞ୍ଚଳ କଳା ଧୂଆରେ ଆଚ୍ଛାଦିତ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ୧୫ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ‌ କରୋନା ଟିିକା ପ୍ରସ୍ତୁତ କରୁଛି। ଏହି ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ କରୋନା ଟିକା ହେଉଛି କୋଭିସିଲ୍ଡ। ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ଥିବା ୩ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here