ନୂଆଦିଲ୍ଲୀରୁ ନୁ୍ୟର୍କ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭-୩୦୦ ବିମାନ ଏଆଇ-୧୦୧ରେ ୩୭୦ ଯାତ୍ରୀ ସବାର ଥିଲେ । ବିମାନର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାମ କରୁନଥିଲା । ଦୀର୍ଘ ୧୫ ଘଣ୍ଟାର ବିପଦ ପୂର୍ଣ୍ଣ ଯାତ୍ରା ପରେ ପାଇଲଟ ରୁସ୍ତମ ପାଲିୟା ନୁ୍ୟୟର୍କ ବିମାନ ବନ୍ଦରରେ ଅବତରଣ ପାଇଁ ଅନୁମତି ଲୋଡିଥିଲେ । କିନ୍ତୁ ବିମାନବନ୍ଦର ଉପରେ ଘନ ବାଦଲ ଆଛାଦିତ ଥିବାରୁ ରନୱେ ଦେଖାନଯିବାର ଆଶଙ୍କା ରହିଥିଲା । ତେଣୁ ବନ୍ଦର କର୍ତ୍ତୃପକ୍ଷ ବିମାନ ଅବତରଣ ପାଇଁ ଅନୁମତି ଦେଇନଥିଲେ । ଚିନ୍ତାରେ ପଡିଥିଲେ ପାଇଲଟ । ଧିରେ ଧିରେ ବିମାନର ଇନ୍ଧନ ଶେଷ ହେବାରେ ଲାଗିଥିଲା । ୩୭୦ ଯାତ୍ରୀଙ୍କ ସହିତ ପାଇଲଟ ଆଗତ ବିପଦ ସମ୍ପର୍କରେ ବେଶ ଅବଗତ ଥିଲେ । ତେବେ ଅନେକ ଚେଷ୍ଟା ପରେ ପାଇଲଟ ଏକ ବିକଳ୍ପ ବିମାନ ବନ୍ଦରରେ ଏଆଇ-୧୦୧କୁ ଅବତରଣ କରିବାକୁ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here