ଅମ୍ରିତସର : ପଞ୍ଜାବର ସଙ୍ଗରୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗିବା ଫଳରେ ୪ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା ୪ ଜଣଙ୍କର ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ଥିବା ପୁଲିସ ସୂଚନା ଦେଇଛି । ପିଲାମାନେ ସ୍କୁଲ ସାରି ଭ୍ୟାନ୍‌ରେ ଘରକୁ ଫେରିବା ବାଟରେ ଭ୍ୟାନ୍‌ଟିରେ ନିଆଁ ଲାଗିଯାଇଥିଲା । ଏହି ଭ୍ୟାନ୍‌ଟିରେ ସମୁଦାୟ ୧୨ ଜଣ ଛାତ୍ର ଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣ ଛାତ୍ରଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । କିନ୍ତୁ ଆଉ ୪ ଜଣ ଛାତ୍ର ଜୀବନ୍ତ ଜଳିଯାଇଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here