ଲଗାତର ଅଷ୍ଟମ ଦିନ ପାଇଁ ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ବିଧାନସଭାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣକୁ ନେଇ ଉଭୟ ଶାସକ ଏବଂ ବିରୋଧି ହଟ୍ଟଗୋଳ କରିବା ଯୋଗୁ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।
ଗୃହକାର୍ଯ୍ୟ ଆରମ୍ଭରୁ ଶାସକ ଦଳର ସଭ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚପର ଚିଲିକା ଉପରେ ଉଡାଣ ଘଟଣାକୁ ନେଇ ପ୍ରତିବାଦ କରିଥିଲେ । ଶାସକ ଦଳ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କ ବନ୍ଧୁଙ୍କୁ ଗିରଫ ଦାବିରେ ଅଡି ବସିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ବନ୍ଧୁ ଜଣଙ୍କ ପଣ୍ଡାଙ୍କ ସହ ସେହି ହେଲିକପ୍ଟରରେ ଥିଲେ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ବିଷୟରେ ଅଶୋଭନୀୟ ଟିପ୍ପଣୀ କରିଥିଲେ । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ଅନ୍ୟପଟେ ଅଭିଜିତ ଆୟରଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିରୋଧି ଦଳର ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ କୋଣାର୍କ ଓ ଶ୍ରୀମନ୍ଦିର ଉପରେ ଚପର ଉଡାଇବା ଏବଂ ସୋସିଆଲ ମିଡିଆରେ ଆପତ୍ତିଜନକ ବିବୃତ୍ତିକୁ ବିରୋଧ କରିଛନ୍ତି ନରସିଂହ ମିଶ୍ର । ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ, ଏହା ଲକ୍ଷ ଲକ୍ଷ ଓଡିଆଙ୍କ ଭାବାବେଗକୁ ଆଘାତ କରିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here