ମଝି ଆକାଶରେ ଜଣେ ଯାତ୍ରୀଙ୍କୁ ହାର୍ଟ ଆଟାକ୍ । ବିମାନଟି ତ୍ରିଭେନ୍ଦମରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ହଠାତ୍ ଯାତ୍ରୀ ଜଣଙ୍କ ହାର୍ଟ ଆଟାକର ଶିକାର ହୋଇଥିଲେ । ପରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇନେ୍ଦାର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । । ଅଭିଜିତ ନାମକ ଜଣେ ୨୨ ବର୍ଷର ଯାତ୍ରୀ ଛାତିରେ ଯନ୍ତ୍ରଣା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ସେ ଏ ସମ୍ପର୍କରେ ସଙ୍ଗେସଙ୍ଗେ ବିମାନ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ଏହା ଜାଣିବା ପରେ ପାଇଲଟ ବିମାନର ଜରୁରୀ ଅବତରଣ କରାଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୁଚନା ଦିଆଯାଇଛି । ଇଞ୍ଜିନିୟର ଥିବା ଅଭିଜିତଙ୍କ ସହିତ କୌଣସି ସମ୍ପର୍କୀୟ ଯାତ୍ରା କରୁନଥିବାରୁ ଇଣ୍ଡିଗୋ ବିମାନ କର୍ମଚାରୀ ତାଙକର ଦେଖାଶୁଣା କରୁଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କୁ ଏନେଇ ସୁଚନା ଦିଆଯାଇଥିବାବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here