ସବୁ କଥାରେ ହସ୍ତକ୍ଷପ କରିବ ନାହିଁ ସୁପ୍ରିମକୋର୍ଟ | ବିଭିନ୍ନ ସୋଶାଲ ମିଡିଆ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ | ଏହି ମମାଲରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ସିଧା ସିଧା ମନା କରିଦେଇଛନ୍ତି | ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କହିଛନ୍ତି, “ସବୁ କଥାରେ ସୁପ୍ରିମକୋର୍ଟ ଯେ ହସ୍ତକ୍ଷେପ କରିବେ, ତାହା ଭାବିବା ଭୁଲ । ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ବିଚରାଧୀନ ରହିଛି । ତେଣୁ ଆବେଦନକାରୀ ସେଠାକୁ ଯାଆନ୍ତୁ ବୋଲି କହିଛନ୍ତି ।”
ସୂଚାନଯୋଗ୍ୟ, ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବୃଦ୍ଧି ପାଉଥିବା ବେଳେ, ନକଲି ଆକାଉଣ୍ଟଧାରୀଙ୍କ ମାତ୍ର ମଧ୍ୟ ବୃଦ୍ଧି ପାଉଛି | ଅନେକ ସମୟରେ ଆକାଉଣ୍ଟଧାରୀ ସୋଶାଲ ମିଡିଆକୁ ମାଧ୍ୟମ କରି ଅପପ୍ରଚାର କରୁଛନ୍ତି | ଏପରିକି ନକଲି ଆକାଉଣ୍ଟ ଦ୍ୱାରା ଅନେକ ସମୟରେ କ୍ରାଇମ ମଧ୍ୟ ଘଟୁଥିବା ନଜିର ରହିଛି | ୩.୫ କୋଟି ଟ୍ୱିଟର ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୧୦% ହେଉଛନ୍ତି ନକଲି | ଏମାନେ ଅନେକ ପ୍ରଖ୍ୟାତ ଲୋକଙ୍କ ନାଁ ଓ ଫଟୋକୁ ବ୍ୟବହାର କରି ସେମାନଙ୍କ ନାଁକୁ ଅପବ୍ୟବହାର କରୁଛନ୍ତି । ତେଣୁ ସେମାନଙ୍କ ପରିଚୟର ରେକର୍ଡକୁ ତର୍ଜମା କରିବା ପାଇଁ ସୋଶାଲ ମିଡିଆ ସହ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯିବା ନେଇ ଦାବି ହୋଇଆସୁଥିଲା | ପ୍ରାଥମିକ ଅବସ୍ଥାରେ ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଥିଲେ । ହେଲେ ଆଜି କୋର୍ଟ ଏହା ଉପରେ ଶୁଣାଣି କରିବେ ନାହିଁ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here