ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୨ ତମ ସ୍ୱାଧିନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ନିଜ ଭାଷଣରେ ସେ ସରକାରଙ୍କ ବିଭିନ୍ନ ଯୋଜନାକୁନେଇ ଗରୀବଙ୍କ ସୁରକ୍ଷା ଏବଂ ମହିଳା ସୁରକ୍ଷା ଭଳି ତମାମ ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି। ଏହି ଅବସରରେ ସେ ଦୁଇଟି ବଡ ଖୁସି ଖବର ଘୋଷଣା କରିଛନ୍ତି। ଭାରତୀୟ ସେନାରେ ପୁରୁଷ ମାନଙ୍କ ପରି ମହିଳାମାନଙ୍କୁ ସମାନ ଅଧିକାର ଦେବା ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ୨୦୨୨ ରେ ଭାରତ ଯେତେବେଳେ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ପାଳନ କରୁଥିବ ଠିକ୍ ସେତିକିବେଳେ ଭାରତର ଯୁବା ମହାକାଶରେ ତ୍ରୀରଙ୍ଗା ନେଇ ପହଁଞ୍ଚିଥିବ । ଚନ୍ଦ୍ର ହେଉବା ମଙ୍ଗଳ ଏବେ ମାନବ ସହିତ ପହଁଞ୍ଚିବ ଭାରତ। ସେପ୍ଟେମ୍ବର ୨୫ରୁ ସାରା ଦେଶରେ ଜନ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିନରେ ଏହି ଯୋଜନା ଲାଗୁ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ମୋଦି କେୟାର ନାମରେ ପରିଚିତ ଏକ ବିଶାଳ ଯୋଜନାରେ ୧୦ କୋଟିରୁ ଉର୍ଦ୍ଧ ଗରିବ ପରିବାର ଉପକୃତ ହେବାକୁ ଯାଉଛନ୍ତି । ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ । ୨୦୨୨ ସୁଦ୍ଧା ସମସ୍ତ ଭାରତୀୟଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି । ଦିନେ ଯେଉଁ ସଂସ୍ଥା ଗୁଡିକରେ ଆମକୁ ଯାଗା ମିଳୁନଥିଲା ଏବେ ସେହି ସଂସ୍ଥା ଗୁଡିକରେ ଭାରତ ପ୍ରମୁଖ ସଭ୍ୟ ଭାବେ ନିଜ ପରିସ୍ଥିତି ଜାହିର କରିଛି ବୋଲି ମୋଦି କହିଛନ୍ତି। ଏହାସହିତ ମୋଦି କହିଛନ୍ତି ବିଶ୍ୱରେ ଭାରତର ମଥାକୁ ଉଚ୍ଚରେ ରଖିବା ଆମ ଲକ୍ଷ୍ୟ ।ଆମ ଦେଶରେ ସାମାଜିକ ବ୍ୟବସ୍ଥାର ନ୍ୟାୟକୁ ଆଗକୁ ନେବା ପାଇଁ କାମ କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

LEAVE A REPLY

Please enter your comment!
Please enter your name here