ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍ । ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରେଣୀରେ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁୂ ପ୍ରତିଦିନ ସଂନ୍ଧ୍ୟା ୬ଟା ୪୦ ମିନିଟରେ ଛାଡି ନୟାଗଡ ଟାଉନରେ ରାତି ୮ଟା ୪୫ ମିନିଟରେ ପହଁଞ୍ଚିବ । ଫେରିବା ପଥରେ ଏହି ଟ୍ରେନ ନୟାଗଡ ଟାଉନ ଠାରୁ ସକାଳ ୬ଟା ୩୦ ମିନିଟରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଁଞ୍ଚିବ । ସେବା ଟ୍ରେନ ପ୍ରଚଳନ ଯୋଗୁଁ ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଚର ଟ୍ରେନ ଗୁଡିକର ସମୟ ସାରେଣୀରେ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଜି ଅପରାହ୍ନରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର ନୟାଗଡ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରୀ ୯ଟି ସେବା ଏକ୍ସପ୍ରେସ ଟ୍ରେନ ଗୁଡିକର ଶୁଭାରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here