ଆସନ୍ତା ୧୨ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ. ଏନେଇ ଆଜି ରାଜ୍ୟରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି । ଏହି ଅବସରରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଜଗଦଲପୁର ଠାରେ ଆଜି ମଧ୍ୟାହ୍ନରେ ଆୟୋଜିତ ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସ ଦଳ ଉପରେ ଖୁବ୍‌ ବର୍ଷିଛନ୍ତି । ନିକଟରେ ମାଓ ଆକ୍ରମଣରେ ପ୍ରାଣ ହରାଇଥିବା ଡିଡି ନ୍ୟୁଜ୍‌ର କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କୁ ମଧ୍ୟ ମନେପକାଇଛନ୍ତି ମୋଦି । ମାଓବାଦୀଙ୍କ ଏଭଳି ବର୍ବର ମନୋଭାବ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଭଳି ଅର୍ବାନ ମାଓବାଦୀଙ୍କୁ ଶକ୍ତିଶାଳୀ କରିବା ପଛରେ କଂଗ୍ରେସର ହାତ ଅଛି ବୋଲି ମୋଦି କହିଛନ୍ତି ।

ବିନା ଭେଦଭାବରେ ବିକାଶର ରାସ୍ତା ତିଆରି କରିବା ଭାଜପା ସରାକରର ଲକ୍ଷ୍ୟ । ମୋର-ତୋର ଖେଳ ଏବେ ଲୋକମାନେ ଆଉ ଗ୍ରହଣ କରିବେ ନାହିଁ ବୋଲି ମୋଦି କହିଛନ୍ତି । ପୂର୍ବରୁ ଟଙ୍କା ଥିଲା, ଯୋଜନା ଥିଲା କିନ୍ତୁ ବିକାଶ ହୋଇପାରନୁଥିଲା ବୋଲି ଅଭିଯୋଗ କରିଛନ୍ତି ମୋଦି ।

ବସ୍ତର ପିଲାମାନଙ୍କ ହାତରେ କଲମ ବଦଳରେ ରାକ୍ଷସ ମାଓବାଦୀମାନେ ବନ୍ଧୁକ ଧରାଇଦେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଛୋଟପିଲାମାନଙ୍କ ସ୍ୱପ୍ନଙ୍କୁ ଧୂଳିସାତ କରୁଛନ୍ତି ମାଓବାଦୀ । ମାଓବାଦୀଙ୍କୁ ଖତମ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଫଳରେ ବସ୍ତରରେ ଶାନ୍ତି, ସମୃଦ୍ଧି କାଏମ ରହିବ ।

ନିକଟରେ ମାଓବାଦୀଙ୍କ ଉପରେ ବରିଷ୍ଠ କଂଗ୍ରେସ ନେତା ରାଜ ବବରଙ୍କ ବିବାଦୀୟ ମନ୍ତବ୍ୟ ଉପରେ ମୋଦି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କଂଗ୍ରେସର ବଡ଼ ନେତାମାନେ ମାଓବାଦୀଙ୍କୁ ସର୍ମଥନ କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମାଓବାଦୀଙ୍କ ପଛରେ ସମ୍ପୂର୍ଣ୍ଣ ହାତ କଂଗ୍ରେସର ରହିଛି ।

LEAVE A REPLY

Please enter your comment!
Please enter your name here