ପ୍ରଥମଥର ପାଇଁ ମାଳଦ୍ୱିପ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ମାଳଦ୍ୱିପର ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୋଦି ଏହି ମାଳଦ୍ୱିପ ଗସ୍ତ କରିଛନ୍ତି. ଏହାକୁ ବାଦ୍ ଦେଲେ ଭାରତ ଓ ମାଳଦ୍ୱିପ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି. ତେବେ ମାଳଦ୍ୱିପର ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟେମିନିଙ୍କ ସମୟରେ ଭାରତ ସହ ମାଳଦ୍ୱିପର ସଂପର୍କ ଏତେ ଭଲ ନଥିଲା. କାରଣ ସେହି ସମୟରେ ଅବଦୁଲ୍ଲା ଚୀନକୁ ସପୋର୍ଟ କରୁଥିଲେ. ହେଲେ ବର୍ତ୍ତମାନ ସୋଲି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପୂର୍ବରୁ ଥିବା ଏହି ସଂପର୍କରେ ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଛି. ତେବେ ମୋଦିଙ୍କ ଗସ୍ତ ପୂର୍ବରୁ 2011 ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଶେଷଥର ପାଇଁ ମାଳଦ୍ୱିପ ଗସ୍ତ କରିଥିଲେ.