ପ୍ରସିଦ୍ଧ ମର୍ଦ୍ଦଳଗୁରୁ ବନମାଳୀ ମହାରଣା ଆଉନାହାନ୍ତି. ଶନିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ନିମୋନିଆ ରୋଗରେ ପୀଡିତ ଥିବାରୁ ଗତ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲେ. ମୃତ୍ୟୁବେଳକୁ ତାଙ୍କୁ 83  ବର୍ଷ ହୋଇଥିଲା. 2016 ମସିହାରେ ବନମାଳୀଙ୍କୁ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଥିଲା. ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମରେ 1941 ମସିହା ମେ ମାସ 16 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବନମାଳୀ. ବାଲ୍ୟାବସ୍ଥାରେ ବିଭିନ୍ନ ନାଟକରେ ସେ ଅଭିନୟ କରୁଥିଲେ. ପରେ ଓଡ଼ିଶୀ ନୃତ୍ୟ ଓ ସଂଗୀତ ପ୍ରତି ଦୁର୍ବଳତା ରହିବାରୁ ଏହାକୁ ନିଜ ସାଧନା ରୂପେ ବାଛିନେଇଥିଲେ. ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଭୂଷଣ କେଳୁଚରଣ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ସଂଯୁକ୍ତା ପାଣିଗ୍ରାହୀ, କୁମ୍‌ କୁମ୍‌ ମହାନ୍ତି, ସୋନାଲ୍‌ ମାନସିଂହ, ମାଧବୀ ମୁଦ୍‌ଗଲ୍‌ଙ୍କ ଭଳି ପ୍ରମୁଖ ନୃତ୍ୟଗୁରୁଙ୍କ ସହ ସେ ମର୍ଦ୍ଦଳ ବାଦନ କରିବା ସହ ଜଣେ ସଫଳ ଗୁରୁ ଭାବେ ବହୁ ଛାତ୍ରଙ୍କୁ ମର୍ଦ୍ଦଳ ବାଦନ ଶିକ୍ଷା ଦେଉଥିଲେ.

LEAVE A REPLY

Please enter your comment!
Please enter your name here