ଆନ୍ଧ୍ରପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ମଦ ନମିଳିବାରୁ ସାନିଟାଇଜର ପିଇଦେଇଛନ୍ତି ଏମାନେ । ପ୍ରକାଶମ ଜିଲ୍ଲାର ଏସପି ସିଦ୍ଧାର୍ଥ କୌଶାଲ ଏହି ସୂଚନା ଦେଇଛନ୍ତି । ଏସପି କହିଛନ୍ତି ଯେ, ୧୦ ଦିନ ହେଲା ଏମାନେ ସାନିଟାଇଜର ପିଇ ଆସୁଥିଲେ । ସମସ୍ତ ମୃତକ କଣ୍ଟେଣ୍ଟମେଣ୍ଟ ଜୋନର ହୋଇଥିବାବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି । ତେବେ ମଦ ନମିଳିବାରୁ ଲୋକେ ସାନିଟାଇଜରକୁ ନିଶାଦ୍ରବ୍ୟ ଭାବେ ଗ୍ରହଣ କରିନେଇଥିଲେ । ସାନିଟାଇଜରରେ ଆଲକୋହଲ ପରିମାଣ ଥିବାରୁ ସେମାନେ ଏହାକୁ ପିଇଥଲେ । ତେବେ ମୃତକଙ୍କ ମଧ୍ୟରୁ କେତେକ ଦେଶୀ ମଦ ସାଙ୍ଗରେ ସାନିଟାଇଜର ମିଶେଇକି ପିଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here