ଶ୍ରଦ୍ଧା ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ବୟଫ୍ରେଣ୍ଡ ଆଫତାବକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଇଥିଲା । ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ପୁଲିସର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଆଉ ୪ ଦିନ ରିମାଣ୍ଡରେ ନେଇ ଅଫତାବକୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ । କୋର୍ଟରେ ଜଜଙ୍କ ସାମ୍ନାରେ ଅଭିଯୁକ୍ତ କହିଛି ଯେ, ମୁଁ ଯେଉଁ ସବୁ ଭୁଲ କରିଛି ରାଗିକି କରିଛି । ପୋଲିସକୁ ମୁଁ ସହଯୋଗ କରୁଛି । ଯେହେତୁ ହତ୍ୟା କରିବା ବହୁତ ଦିନ ହୋଇଗଲାଣି କିଛି କଥା ମୁଁ ମନେପକାଇପାରୁନି ବୋଲି ଜଜ୍‌ଙ୍କୁ କହିଛି ଆଫତାବ ।

LEAVE A REPLY

Please enter your comment!
Please enter your name here