୧୫ ଘଣ୍ଟା ପରେ ଯାଜପୁର କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଅପ ଏବଂ ଡାଉନ୍ ଉଭୟ ଲାଇନରେ ଚଳାଚଳ କରୁଛି ଟ୍ରେନ୍ । କୋରେଇ ଷ୍ଟେସନରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ୪ଟି ଟ୍ରେନର ରହଣିକୁ ବାତିଲ କରାଯାଇଛି । ଯାଜପୁର-କେନ୍ଦୁଝର ରୋଡ-ଭଦ୍ରକ । କଟକ-ଭଦ୍ରକ ପାସେଞ୍ଜର, ଭଦ୍ରକ-କଟକ ପାସେଞ୍ଜର ଏବଂ ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ଟ୍ରେନର ରହଣି ବାତିଲ କରିଦିଆଯାଇଛି । ସେପଟେ କମିଶନ ଅଫ ରେଲୱେ
ଗତକାଲି ଯାଜପୁର କୋରେଇ ଷ୍ଟେସନରେ ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ଖଡଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ଦ୍ରୁତଗାମୀ ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୪ ଜଣ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here