ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା 21 ଦିନିଆ ଲକଡାଉନର ଅବଧିକୁ ଆଉ ବୃଦ୍ଧି ହେବ ନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କର କ୍ୟାବିନେଟ ସଚିବ ରାଜୀବ ଗୋବା । ତାଲାବନ୍ଦ ଅବଧି ବଢିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ଆଜି କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । କ୍ୟାବିନେଟ ସଚିବ ରାଜୀବ ଗୋବା କହିଛନ୍ତି, ଆଗକୁ ଲକଡାଉନ ବଢିବାର ଯୋଜନା ନାହିଁ । କେନ୍ଦ୍ର ସରକାର ଏଭଳି କୌଣସି ଚିନ୍ତା କରିନାହାନ୍ତି । କରୋନା ମୁକାବିଲା ପାଇଁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଆଜି ଏହା ଷଷ୍ଠ ଦିନରେ ପହଂଚିଛି । ଏହା ପରେ ଅବଧି ପୁଣି ବଢିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ବି ଏ ନେଇ ଅନେକ ଗୁଜବ ଖବର ପ୍ରଚାର ହେଉଥିଲା । ତେବେ ଏଭଳି କିଛି ଯୋଜନା ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କ୍ୟାବିନେଟ ସଚିବ ।

କେନ୍ଦ୍ର ସରକାର ବିଭିନ୍ନ ସହୟତାକୁ 3 ମାସ ପ୍ରଦାନ କରିବା ନେଇ ଘୋଷଣା ପରେ ଦେଶ ସାରା ସାଧାରଣ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲେ ଯେ ନିଶ୍ଚୟ ଲକଡାଉନ ସମୟସୀମା 3 ମାସ ପର୍ଯ୍ୟନ୍ତ ହୋଇପାରେ। ହେଲେ ଆଜି ସଚିବଙ୍କ ଘୋଷଣା ପରେ ଏହି ଆଲୋଚନା ଉପରେ ନିଶ୍ଚୟ ବ୍ରେକ ଲାଗିବ।

LEAVE A REPLY

Please enter your comment!
Please enter your name here