ମେଘାଳୟ ମୁଖ୍ୟମନ୍ତ୍ରୀ ଓ ନେସନାଲ ପିପଲସ ପାର୍ଟିର ନେତା କୋନାର୍ଦ ସାଙ୍ଗମା ଦକ୍ଷିଣ ତୁରା ବିଧାନସଭା ଉପନିର୍ବାଚନ ଆସନରୁ ୮,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ଚାର୍ଲୋଟ ଡବ୍ଲ୍ୟୁ ମୋନିମଙ୍କ ଠାରୁ ସାଙ୍ଗମା ୮,୦୦୦ ଭୋଟ ଜିଣିଛନ୍ତି । ପ୍ରଥମ ରାଉଣ୍ଡ ଗଣତି ପରେ ରାଣୀକୋର୍ ଆସନରୁ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ପି ମାରାୱିନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଏନପିପି ପ୍ରାର୍ଥୀ ମାର୍ଟିନ ଏମ ଡାଙ୍ଗୋଙ୍କ ଠାରୁ ୧୦୦୦ ଭୋଟରେ ଆଗେଇଛନ୍ତି ବୋଲି ସିଇଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here