ଉତ୍ତର ପ୍ରଦେଶ କାନପୁରରେ ଯୁବକଙ୍କ ଜଘନ୍ୟ କାଣ୍ଡ । ପତ୍ନୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ସ୍ୱାମୀ ତାଙ୍କ ଜୀବନ ବଞ୍ଚାଇବା ବଦଳରେ କରୁଥିଲେ ଭିଡିଓ ସୁଟିଂ । ମହିଳା ଜଣକ ପ୍ରଥମ ଉଦ୍ୟମରେ ବଞ୍ଚି ଯାଇଥିବା ବେଳେ ଦ୍ୱିତୀୟ ଉଦ୍ୟମରେ ତାଙ୍କର ଜୀବନ ଚାଲି ଯାଇଛି। ପଙ୍ଖାରେ ଝୁଲି ପଡ଼ିବାରୁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛିକାନପୁରର କିଡୱାଇ ନଗରରେ ରହୁଥିବା ରାଜକିଶୋର ଗୁପ୍ତାଙ୍କ ଝିଅ ଶୋବିତାଙ୍କ ବିବାହ ୪ ବର୍ଷ ପୂର୍ବେ ହୋଇଥିଲା। ଗୁଲ୍‌ମୋହର ଅଞ୍ଚଳରେ ରହୁଥିବା ସଞ୍ଜୀବ ଗୁପ୍ତାଙ୍କ ସହ ଶୋବିତାଙ୍କ ବିବାହ ହୋଇଥିଲା। ହେଲେ ମଙ୍ଗଳବାର ଅପରାହ୍ଣରେ ଶୋବିତା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ସଞ୍ଜୀବ,ଶୋବିତାଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ। କ’ଣ ପାଇଁ ଶୋବିତା ଫାଶୀ ଲଗାଇଲେ ? କେମିତି ଲଗାଇଲେ ? ଏସବୁ ସଞ୍ଜୀବଙ୍କୁ ଶୋବିତାଙ୍କ ବାପା ପଚାରିବାରୁ ସେ ମୋବାଇଲ୍‌ରେ କଏଦ କରିଥିବା ଦୃଶ୍ୟ ଯାହାକୁ ସେ ଭିଡିଓ ରେକର୍ଡିଂ କରିଥିଲେ ସେସବୁ ଦେଖାଇଥିଲେ। ଏହି ସମୟରେ ସଞ୍ଜୀବଙ୍କ ପାଟିରୁ ବାହାରି ଯାଇଥିଲା ଯେ, ପୂର୍ବରୁ ମଧ୍ୟ ଶୋବିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ସେ ତାଙ୍କୁ ବଞ୍ଚାଇ ଦେଇଥିଲେ। ତେବେ ଆତ୍ମହତ୍ୟାର ଏହି ଭିଡିଓ ଦେଖି ପରିବାର ଲୋକ ଆଶ୍ଚର‌୍ୟ୍ୟ ହୋଇଛନ୍ତି। ସ୍ତ୍ରୀକୁ ବଞ୍ଚାଇବା ବଦଳରେ କିଭଳି ଭାବେ ସଞ୍ଜୀବ ଏସବୁ ଦୃଶ୍ୟ ରେକର୍ଡିଂ କରୁଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ପୋଲିସ୍ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here