ହିନ୍ଦୁ ଧର୍ମରେ ଭାଇ ଭଉଣୀର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଆଗକୁ ରାକ୍ଷୀ ପୁର୍ଣ୍ଣିମା ଆସୁଥିବାରୁ ସାରା ଦେଶ ଏବେ ପ୍ରସ୍ତୁତ ହେଉଛି ଏହି ଉସ୍ôବ ପାଳନ କରିବାକୁ । ହେଲେ ଏମିତି ଏକ ଖବର ଏବେ ପ୍ରଚାର ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପଠାଇଛନ୍ତି ବାରଣାସୀର କିଛି ମୁସଲିମ ମହିଳା । ମୋଦି ସରକାର ଟ୍ରିପଲ ତଲାକକୁ ବ୍ୟାନ କରିିବାରୁ ସେମାନେ ଖୁବ ଖୁସି ହୋଇଛନ୍ତି । ଏବଂ ମୋଦିଙ୍କୁ ନିଜର ଭାଇ ବୋଲି ମାନି ନେଇଛନ୍ତି । ନିଜ ହାତରେ ରାକ୍ଷୀ ତିଆରି କରି ମୋଦିଙ୍କ ପାଖକୁ ପଠାଇଛନ୍ତି । ବଡ ଭାଇ ଭଉଣୀଙ୍କୁ ସୁରକ୍ଷା ଦେଲାଭଳି ଟ୍ରିପଲ ତଲାକ ଭଳି ଘୃଣ୍ୟ ପ୍ରଥାକୁ ମୋଦି ଉଚ୍ଛେଦ କରି ସେମାନଙ୍କୁ ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିଛନ୍ତି । ତେଣୁ ସେମାନେ ତାଙ୍କୁ ନିଜ ହାତ ତିଆରି ରାକ୍ଷୀ ପଠାଇଛନ୍ତି ବୋଲି କହିଛନ୍ତି । ମୁସଲିମ ମହିଳାଙ୍କ ପାଇଁ ମୋଦି ହେଉଛନ୍ତି ବଡ ଭାଇ ଏହା ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here