ରାସ୍ତାରେ ଗଲାବେଳେ ଅନେକ ଦୁର୍ଘଟଣା ଆମେ ଦେଖିଛେ. ମାତ୍ର ଆପଣ ଏମିତି ଦୃଶ୍ୟ କେବେ ବି ଦେଖି ନଥିବେ. ଏ ରିପୋର୍ଟ ସଂଲଗ୍ନ ଭିଡିଓ ଉପରେ ନଜର ପକାନ୍ତୁ. ରାସ୍ତାରେ ଯାଉଥିବା ଅନେକ ଗାଡି ମଟର ଭିତରେ ଜଣେ ବାଇକ ଆରୋହି ନିଜ ପରିବାର ସହ ଯାଉଛନ୍ତି. ଭଲକି ଦେଖନ୍ତୁ. କିଛି ବାଟ ଯିବା ପରେ ବାଇକ ଆଉ ଗୋଟିଏ ବାଇକକୁ ଧକ୍କା ଦେଲା. ଆଉ ତା ପର ଘଟଣା ସମସ୍ତଙ୍କୁ ଚକିତ କରିଦେବା ପରି. ଦୁର୍ଘଟଣା ପରେ ବାଇକ ଚାଳକ ଓ ତାଙ୍କ ପତ୍ନୀ ରାସ୍ତା ଉପରେ ପଡିଗଲେ. କିନ୍ତୁ ଦ୍ରୁତ ଗତିରେ ଯାଉଥିବା ବାଇକଟି ସେମିତି ରାସ୍ତା ଉପରେ ଚାଲିଛି. ଆଉ ବାଇକ ଉପରେ ବସି ରହିଛି ଗୋଟିଏ କୁନି ଝିଅ. ଆଶ୍ଚର୍ଯ୍ୟଜନକ କଥା, ରାସ୍ତା ଉପରେ ଯାଉଥିବା ସବୁଗାଡିକୁ ଅତିକ୍ରମ କରି ବାଇକଟି ପ୍ରାୟ ତିନିଶହ ମିଟର ପର୍ଯ୍ୟନ୍ତ ଚାଲିଗଲା. ଆଉ ରାସ୍ତାକଡକୁ ଯାଇ ବାଇକଟି ପଡିଗଲା. ମାତ୍ର ବାଇକରେ ବସିଥିବା କୁନିଝିଅଟି ଅକ୍ଷତ ଭାବେ ଡିଭାଇଡର ମଝିକୁ ଛିଟିକି ପଡିଲା. ଏଭଳି ଘଟଣା ଘଟିଛି ବାଙ୍ଗାଲୋରରେ. ଏହା ଆଶ୍ଚର୍ଯ୍ୟ ନୁହେଁ ତ ଆଉ କଣ ?

LEAVE A REPLY

Please enter your comment!
Please enter your name here