ଜମ୍ମୁ-କଶ୍ମୀର କୁଲଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି. ପୋଲିସର ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା. ପରେ ସନ୍ଧ୍ୟାରେ ସୁରକ୍ଷାକର୍ମୀ ଏହାର ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ. ପରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିବା ଆରମ୍ଭ କରିଦେଇଥିଲେ. ଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ଟଳିପଡିଥିଲେ. ସେମାନଙ୍କ ପାଖରୁ ବନ୍ଧୁକ ଓ ଗୋଳା ବାରୁଦ ମଧ୍ୟ ମିଳିଛି. ବର୍ତ୍ତମାନ ମୃତ୍ୟୁବରଣ କରିଥିବା ସେହି ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନେ କେଉଁ ସଂଘଠନ ସହ ସଂପୃକ୍ତ ତାକୁ ମଧ୍ୟ ଜାଣିବା ପାଇଁ ଚେଷ୍ଟା କରାଯାଉଛି.













