ସିକିମ୍ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଶନିବାର ଦିନ ‘ଗୋଟିଏ ପରିବାର-ଗୋଟିଏ ଚାକିରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି. ଏହି ଯୋଜନା ଅନୁସାରେ, ସେହି ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ମିଳିବ, ଯେଉଁ ପରିବାରରେ କେହି ସରକାରୀ ଚାକିରୀ କରିନଥିବେ. ଏହାଛଡା କୃଷକମାନଙ୍କର ଋଣ ମଧ୍ୟ ଛାଡ କରାଯିବ ବୋଲି ପୱନ କୁମାର ଘୋଷଣା କରିଛନ୍ତି. ଲମ୍ବା ସମୟଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ପୱନ ପଲଜୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ‘ରୋଜଗାର ମେଳା 2019’ରେ ଏହି ଯୋଜନା ଘୋଷଣା କରିଛନ୍ତି. ପୂର୍ବରୁ ଚାମଲିଂଙ୍କ ଡେମୋକ୍ରାଟିକ ଫ୍ରଣ୍ଟ ସରକାର ଏହି ଯୋଜନା ମାଧ୍ୟମରେ 20 ହଜାର ଯୁବକଙ୍କୁ ଅସ୍ଥାୟୀ ଚାକିରୀ ଦେବା ପାଇଁ ଘୋଷଣା କରିଥିଲେ. ତେବେ କାର୍ଯ୍ୟକ୍ରମ ସରିବା ପରେ ଅଧିକାରୀମାନେ ନିଯୁକ୍ତି ପତ୍ର ଦେଇଥିଲେ ଏବଂ ପାଖାପାଖି 11,772 ଜଣଙ୍କୁ ଏହି ନିଯୁକ୍ତି ପତ୍ର ବଣ୍ଟା ଯାଇଛି. ଯେଉଁମାନେ ବାକି ରହିଗଲେ ସେମାନଙ୍କୁ ବହୁତ ଜଲଦି ନିଯୁକ୍ତି ପତ୍ର ଦିଆଯିବ ବୋଲି ଚାମଲିଂ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here