ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ କ୍ରୁଜ ପାର୍ଟିରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି । ବଲିଉଡରେ ଡ୍ରଗ୍ସ ବ୍ୟବହାର କରିବା କିମ୍ବା କାରବାର କିଛି ନୂଆ କଥା ନୁହେଁ । ଅନେକ ସେଲିବ୍ରିଟି ଏହି ଡ୍ରଗ୍ସ ମାମଲାରେ ଜେରା ହୋଇଛନ୍ତି । କିନ୍ତୁ ରେଭ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରିବା ଆର୍ୟନଙ୍କୁ ମହଙ୍ଗା ପଡିଛି ।
ତେବେ ରେଭ ପାର୍ଟି କଣ ଏବଂ ପାର୍ଟି ଭିତରେ କଣ ଚାଲେ ?

ରେଭ ପାର୍ଟିକୁ ସିକ୍ରେଟ କରାଯାଇଥାଏ । କାହିଁକି ନା ଏହି ପାର୍ଟିରେ ଡ୍ରଗ୍ସ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ସହରରୁ ଟିକେ ଦୁରରେ କିମ୍ବା ଲୁଚାଛପାରେ ଏହି ପାର୍ଟିର ଆୟୋଜନ କରାଯାଇଥାଏ । ରଙ୍ଗ ବେରଙ୍ଗର ଲାଇଟ୍ସ, ବେଆଇନ୍ ଡ୍ରଗ୍ସ, ଅଶ୍ଳୀଳ ନୃତ୍ୟ କରୁଥିବା ମହିଳାଙ୍କୁ ଏହି ପାର୍ଟିରେ ଦେଖିବାକୁ ମିଳିଥାଏ । କିଛି ମ୍ୟୁଜିକଲଭର ଡ୍ୟାନ୍ସ କରିବାକୁ ଏହି ପାର୍ଟିରେ ଯୋଗ ଦେଇଥାନ୍ତି । ଏମିତି କି କିଛି ଲୋକ ଡ୍ରଗ୍ସ ବ୍ୟବହାର କରି ଡ୍ୟାନ୍ସ କରିଥାନ୍ତି । ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ । ଉଦଣ୍ଡ ଓ ଅଶ୍ଳୀଳ ନୃତ୍ୟ ଓ ଚୁମ୍ବନ ଦେଖିବାକୁ ମିଳିଥାଏ ଏହି ରେଭ୍ ପାର୍ଟିରେ ।

ପାର୍ଟିକୁ ଏଣ୍ଟ୍ରି କରିବାକୁ ହେଲେ ଦେବାକୁ ପଡିଥାଏ ମୋଟା ଅଙ୍କର ଟଙ୍କା । କେବଳ ବଡ ବଡିଆ ଲୋକଙ୍କୁ ଏହି ପାର୍ଟିରେ ଦେଖିବାକୁ ମିଳେ । ପାର୍ଟିରେ କେବଳ ପଞ୍ଚାବ, କିମ୍ବା ହିନ୍ଦି ଗୀତ ନୁହେଁ ବରଂ ଇଲେକ୍ଟ୍ରୋନିକ୍ସ ଗୀତ ଶୁଣିବାକୁ ମିଳେ । ଦୁନିଆରେ କିଛି ଦେଶ ଅଛି ଯେଉଁଠି ରେଭ ପାର୍ଟିକୁ ନେଇ ସରକାର ଟିକେ କୋହଳ ମନୋଭାବ ପୋଷଣ କରିଥାନ୍ତି । କିନ୍ତୁ ଭାରତରେ ଏହା ଆଦୌ ନୁହେଁ । ସେଥିପାଇଁ ଭାରତରେ ଆୟୋଜିତ ରେଭ୍ ପାର୍ଟି ଲୁଚାଛପାରେ ଚାଲେ । ମାତ୍ର ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଏଭଳି ରେଭ୍ ପାର୍ଟି ଉପରେ ନଜର ରଖିଥାଏ । ନିଶାଖୋର୍ ଧନାଢ୍ୟ ଯୁବକଯୁବତୀଙ୍କ ଉଛ୍ଛୃଙ୍ଖଳ ପାର୍ଟି ଭାରତରେ ସଂପୂର୍ଣ୍ମ ନିଷେଧ ହୋଇଥିବା ସତ୍ତ୍ବେ ଗୋପନରେ ଚାଲୁଛି ଏହି ପାର୍ଟି ।

LEAVE A REPLY

Please enter your comment!
Please enter your name here