ବିମାନରେ ପ୍ରଥମ ଥର ଲାଗି ଯାତ୍ରା କରୁ୍ଥିବା ଜଣେ ଯୁବକଙ୍କ କାରନାମା । ଯୁବକ ଜଣକ ପ୍ରଥମଥର ଲାଗି ଏ-୩୨୦ ବିମାନରେ ଯାତ୍ରା କରୁଥିଲେ । ୧୫୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ପାଟନା ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ବିମାନଟି ମଝି ଅକାଶରେ ଥିବା ସମୟରେ ଯୁୁବକ ଜଣକ ଟଏଲେଟ ଯିବା ପାଇଁ ବିମାନର ମୁଖ୍ୟ ଗେଟ୍ ଖୋଲିବା ଆରମ୍ଭ କରିଥିଲେ । ହେଲେ ବାୟୁର ଚାପ ଯୋଗୁଁ ଏହା ସହଜରେ ଖୋଲିନଥିଲା । ଏମିତି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ବିମାନରେ ଥିବା ଅନ୍ୟ ଜଣେ ଯାତ୍ରୀ ସାଇରନ ବଜାଇବାରୁ ବିମାନ କର୍ମଚାରୀମାନେ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲେ । ବିମାନ ଅବତରଣ ପରେ ଯୁବକ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିବାବେଳେ ସେ ପ୍ରଥମ ଥର ବିମାନରେ ଯାତ୍ରା କରୁଥିବାରୁ ଏସବୁ ସମ୍ପର୍କରେ କିଛି ଜାଣିନଥିଲେ ବୋଲି କହିଥିଲେ । ଏହାପରେ ତାଙ୍କୁ ଛାଡିଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here