ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସଞ୍ଚାର ଉପଗ୍ରହ ଜିଏସଏଟି-29କୁ ସଫଳ ଭାବେ ଲଞ୍ଚ୍ କରିଛି. ଏହି ଉପଗ୍ରହକୁ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ କରାଯାଇଛି. ତେବେ ଏହାକୁ ଭାରତର ସବୁଠୁ ଶକ୍ତିଶାଳୀ ମହାକାଶ ଯାନ ଜିଏସଏଲଭି-ଏମକେ-3 ମାଧ୍ୟମରେ ଲଞ୍ଚ୍ କରାଯାଇଛି. ଏହି ରକେଟର ଉତକ୍ଷେପଣ ଉପରେ ସମସ୍ତଙ୍କ ନଜର ରହିଥିଲା. କାରଣ ଏହା ଦ୍ୱାରା ମାନବ ମିଶନକୁ କାର୍ଯ୍ୟକାରୀ କରାଯିବ. ଏହି ରକେଟକୁ ଉତକ୍ଷେପଣ କରାଯିବାର ମାତ୍ର 16 ମିନିଟରେ ଜିଏସଏଟି-29କୁ ନିଜ କକ୍ଷପଥରେ ସ୍ଥାପିତ କରିଥିଲା. ରିପୋର୍ଟ ଅନୁସାରେ, ଜିଏସଏଟି-29 ର ଓଜନ 3,423 କିଲୋଗ୍ରାମ ରହିଛି. ଏହା ଲଞ୍ଚ ହେବା ପରେ ଜମ୍ମୁ ଓ କଶ୍ମୀର ଛଡା ଉତ୍ତର-ପୂର୍ବ ରାଜ୍ୟ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ହେବ. ଏହି ରକେଟକୁ ବୁଧବାର ଦିନ ସନ୍ଧ୍ୟା 5.08 ମିନିଟ୍ ରେ ଉତକ୍ଷେପଣ କରାଯାଇଛି.