ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରର ୫୪ ନମ୍ବର ପ୍ରକୋଷ୍ଠରେ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଅଭିଜିତ ବିବାଦୀୟ ମନ୍ତବ୍ୟ ଦେଇ ଗୃହ କମିଟି ସମ୍ମୁଖରେ ହାଜର ହେବା ସହ ତାଙ୍କର ଭୁଲ ସ୍ୱିକାର କରିଥିଲେ । ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଦେଇଥିବାରୁ ସେ କମିଟି ଆଗରେ ନିଜର ଦୋଷ ମାନି ନେଇଥିଲେ । ସେ ଏହି ଘଟଣାରେ କମିଟି ନିକଟରେ ସତ୍ୟପାଠ ମଧ୍ୟ ଦାଖଲ କରି ସାରିଛନ୍ତି । ତେବେ ଏହି ସମସ୍ତ ପ୍ରସଙ୍ଗକୁ ନେଇ ତର୍ଜମା କରି ଗୃହ କମିଟି ରିପୋର୍ଟ ପ୍ରସ୍ତୁତ କରି ବିଧାନସଭାରେ ଉପସ୍ଥାପନ। କରିବ ।
ସେହିପରି ଆଜି ସଂଧ୍ୟାରେ କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଆସନ୍ତାକାଲିଠାରୁ ଅଧିବେଶନ ବସିବାକୁ ଥିବାବେଳେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ବିଧାନସଭାରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ତର୍ଜମା ହେବ ।

LEAVE A REPLY

Please enter your comment!
Please enter your name here