ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ତାଙ୍କ ବାସଭବନରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ କରନ୍ତି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରନ୍ତି । କେତେ ବେଳେ କେଉଁ ରାଷ୍ଟ୍ରର ପ୍ରମୁଖ ସଚିବ ଅବା କେତେବେଳେ କେଉଁ ପ୍ରଭାବଶାଳୀ ବ୍ୟକ୍ତି କିନ୍ତୁ  । ପ୍ରଧାନମନ୍ତ୍ରୀ ଆଜି ତାଙ୍କର ଜଣେ ଖାସ୍ ବନ୍ଧୁଙ୍କ ସହ ସାକ୍ଷାତ କରିଛନ୍ତି । ତାହା ପୁଣି ସଂସଦ ଭବନ ପରିସରରେ । ପ୍ରଧାନମନ୍ତ୍ରୀଙ୍କ ଏହି ଖାସ୍ ବନ୍ଧୁ ଜଣଙ୍କ ଏକ କୁନି ଶିଶୁ ।

ଯାହାଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଖୁସିରେ ନଜର ଆସିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫଟୋ ଇନଷ୍ଟ୍ରାଗ୍ରାମରେ ପୋଷ୍ଟକରି ଲେଖିଛନ୍ତି ମୋର ଜଣେ ଖାସ୍ ଦୋସ୍ତ ମତେ ସଂସଦ ପରିସରରେ ଭେଟିଲେ । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସେହି ଖାସ୍ ବନ୍ଧୁଜଣଙ୍କ କିଏ ଜଣା ପଡିନଥିଲେ ମଧ୍ୟ ଫଟୋଟି ପ୍ରଧାନମନ୍ତ୍ରୀ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

LEAVE A REPLY

Please enter your comment!
Please enter your name here