ପଶ୍ଚିମ ସାଉଦି ଆରବ ଅନ୍ତର୍ଗତ ମଦିନାର ଅଲ୍-ଅଖଲ୍ କେନ୍ଦ୍ର ନିକଟରେ ଘଟିଛି ସିରିଜ ଦୁର୍ଘଟଣା | ଚାଲିଯାଇଛି ୩୫ ଜଣ ଲୋକଙ୍କ ଜୀବନ | ଏଥିସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ ମେକ୍କା ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି | ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ପ୍ରଥମେ ଯାତ୍ରୀବାହୀ ବସ୍ଟି ଗୋଟାଏ ଭାରୀ ଯାନ ସହ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ମାନ ଘଟିଚାଲିଥିଲା | ବସରେ ସାଉଦି ଆରବର ନାଗରିକ, ଏସିଆ ମହାଦେଶର ନାଗରିକ ଥିଲେ ବୋଲି ଜଣାପଡ଼ିଛି | ପୁଲିସ ମାମଲା ଦାୟର କରି ତଦନ୍ତ ଚଳାଇଛି | ମୃତକ ଏବଂ ଗୁରୁତରଙ୍କ ପରିଚୟ ବାବଦରେ ପୁଲିସ କୌଣସି ସୂଚନା ଦେଇନାହିଁ | ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ କେହି ଭାରତୀୟ ଅଛନ୍ତି କି, ନାହିଁ ସାଉଦି ଆରବ ସ୍ଥିତ ଇଣ୍ଡିଆନ୍ ମିସନ୍ ଜାଣିବାକୁ ଉଦ୍ୟମ ଚଳାଇଛି |