ଏବେ ଆପଣ ରେଷ୍ଟ୍ରୁରାଣ୍ଟରେ ପାଇବେ ଟିକେ ନିଆରା ମଜା । କାହିଁକି ନାଁ ମଣିଷ ବଦଳରେ ଆପଣଙ୍କୁ ଖାଦ୍ୟ ପରଷିବ ମେସିନ୍ । ହୋଟେଲକୁ ପଶୁ ପଶୁ ଆପଣଙ୍କୁ ସ୍ୱାଗତ କରିବେ ଚମ୍ପା, ଚମେଲି । ଖାଲି ସ୍ୱାଗତ କରିବେନି ସେବା ନେଇ ଆପଣଙ୍କ ମତାମତ ବି ନେବେ । ହଁ ଆଗ୍ୟା ଏ ଜାପାନ କି ଅନ୍ୟ କୌଣସି ସହର ନୁହେଁ । ନୂଆ ଖୋଲିଥିବା ରାଜଧାନୀର ଏକ ହୋଟେଲରେ ରୋବୋ ୱେଟର । ଅନ୍ୟ ରେଷ୍ଟ୍ରୁଆଣ୍ଟ ଭଳି ଏଠି ବି ଆପଣ ମେନୁ ଦେଖି ଅର୍ଡର ଦେବେ । ଆଉ ଅର୍ଡର ପାଇବା ପରେ ଆପଣଙ୍କ ଟେବୁଲ ନିକଟକୁ ଆସି ଖାଦ୍ୟ ପହଁଞ୍ଚାଇବେ ଚମ୍ପା ଓ ଚମେଲି । ଆପଣ କୌଣସି ଜିନିଷ ଜାଣିବାକୁ ଚାହୁଁଥିଲେ ଚମ୍ପା ଓ ଚମେଲି ଦେହରେ ଲାଗିଥିବା ସ୍କ୍ରିନ୍ରେ ମଧ୍ୟ ଏହା ପ୍ରଦର୍ଶିତ ହୋଇପାରିବ । ସମ୍ପୂର୍ଣ୍ଣ ସ୍ୱଦେଶୀ ଗ୍ୟାନ କୌଶଳରେ ତିଆରି ହୋଇଛନ୍ତି ଚମ୍ପା ଓ ଚମେଲି । ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ଏବଂ ୧୫ ଦିନ ଲାଗିଛି ଏହି ଦୁଇ ରୋବୋଙ୍କୁ ତିଆରି କରିବାକୁ । ତେବେ ଛୋଟ ପିଲାଙ୍କୁ ଏହି ରେଷ୍ଟ୍ରୁଆଣ୍ଟ ଆକୃଷ୍ଟ କରିବା ସହ ସମଗ୍ର ରାଜଧାନୀ ଭୁବନେଶ୍ୱରକୁ ଦେବ ଏକ ନୂଆ ପରିଚୟ\n

LEAVE A REPLY

Please enter your comment!
Please enter your name here